ଦଳୀୟ କର୍ମୀଙ୍କ ଦାବି: କଂଗ୍ରେସ ସଭାପତି ଦାୟିତ୍ୱ ରାହୁଲ ଗାନ୍ଧି ନିଅନ୍ତୁ

add-all

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଦଳୀୟ କର୍ମୀଙ୍କ ମୁହଁରେ ରାହୁଲ ଗାନ୍ଧି ଜିନ୍ଦାବାଦର ସ୍ୱର। ଦଳର ବିପର୍ଯ୍ୟୟକୁ ନେଇ ଆଜି ଦିଲ୍ଲୀରେ ସିଡବ୍ଲ୍ୟସି ବୈଠକ ବସିଥିବା ବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି ଦଳୀୟ କର୍ମୀ। ରାହୁଲ ଗାନ୍ଧି ହିଁ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦଳୀୟ କର୍ମୀ ଦାବି କରିଛନ୍ତି। ରାହୁଲ ଗାନ୍ଧି ହିଁ କଂଗ୍ରେସର ମଙ୍ଗ ସମ୍ଭାଳନ୍ତୁ ବୋଲି ସିଡବ୍ଲ୍ୟସିର ମୁଖ୍ୟ ହୁଇପ୍‌ ମାଣିକମ୍‌ ଟାଗୋର ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ହାରିବା ପରେ ରାହୁଲ ଗାନ୍ଧି ନୈତିକତା ଦୃଷ୍ଟିରୁ ସଭାପତି ପଦରୁ ଇସ୍ତଫା ଦେଇ ଉଦାହରଣ ସୃଷ୍ଟି କରିଥିଲେ। ସେ ହିଁ ଏକାମାତ୍ର ନେତା ଯିଏ ଆମର ମାର୍ଗ ଦର୍ଶକ ସାଜିପାରିବେ। ରାହୁଲ ଗାନ୍ଧି ହିଁ ଆମକୁ ଆଗକୁ ନେଇ ପାରିବେ। ତେଣୁ କଂଗ୍ରେସ କର୍ମୀ ଭାବେ ଆମେ ସବୁବେଳେ ରାହୁଲ ଗାନ୍ଧିଙ୍କୁ ନେତା ଭାବେ ଚାହୁଁ। ତେଣୁ କଂଗ୍ରେସରେ ସେ ହିଁ ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ସେ କହିଛନ୍ତି । କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ବିଜେପି ବିରୋଧରେ ଲଢ଼ିପାରିବ । ଆମର ହେଉଛୁ ମୁଖ୍ୟ ବିରୋଧୀ ପାର୍ଟି। ତେଣୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଆଗକୁ ଯାଇପାରିବ ବୋଲି ମାରିକମ୍‌ କହିଛନ୍ତି। କଂଗ୍ରେସର ପରାଜୟ ପରେ କେରଳର ସାଂସଦ ଶଶି ଥରୁରଙ୍କ ସମେତ ଅନେକ ନେତା ଶୀର୍ଷ ସ୍ତରରେ ପରିବର୍ତ୍ତନ ଦାବି କରିସାରିଛନ୍ତି। ତେବେ କର୍ଣ୍ଣାଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଏବଂ ଡି.କେ ଶିବକୁମାର ଗାନ୍ଧୀ ପରିବାର ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ପରାଜୟ ପରେ ୟୁପି କଂଗ୍ରେସର ଅନେକ ନେତା ମଧ୍ୟ ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ନେତୃତ୍ୱ ପ୍ରତି ଆପତ୍ତିଜନକ ବିବୃତ୍ତି ଦେଇଥିବାରୁ ୟୁପି କଂଗ୍ରେସର ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ ଜିଶାନ ହାଇଦରଙ୍କୁ ଦଳରୁ ବହିଷ୍କାର କରାଯାଇଛି। କଂଗ୍ରେସ କେବଳ ଏହି ୫ ରାଜ୍ୟରେ ପରଜାୟ ହୋଇନି ବରଂ ଭୋଟ୍ ପ୍ରତିଶତ ବି ବହୁ ପରିମାଣରେ ଖସିଛି। ଆଗାମୀ କିଛି ମାସ ମଧ୍ୟରେ ଗୁଜରାଟ ଓ ଏହାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ତେଣୁ ତା ପୂର୍ବରୁ ଘର ସଜାଡ଼ିବା ଚିନ୍ତା ଏବେ କଂଗ୍ରେସକୁ ଘାରିଛି।

ad-week
Leave A Reply

Your email address will not be published.