ୟୁକ୍ରେନ ସଙ୍କଟ: ଶରଣାର୍ଥୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିପଡ଼ିଲା

add-all

ନୂଆଦିଲ୍ଲୀ: ଦୁଃଖ ଯେବେ ଆସେ ସାଥିରେ ବନ୍ଧୁ ପରିଜନଙ୍କୁ ଆଣେ। ୟୁକ୍ରେନ୍‌ରେ ଯୁଦ୍ଧଗ୍ରସ୍ତ ଲୋକଙ୍କର ଦୁର୍ଦ୍ଦଶା ଏବେ ଠିକ୍‌ ସେମିତି ଦୟନୀୟ। ଶରଣାର୍ଥୀ ଭାବେ ୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଏକ ବସ୍‌ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ଇଟାଲିରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଛ। ଦୁର୍ଘଟାଣାରେ ଅନେକ ଆହତ ହୋଇଛନ୍ତି ।
ଇଟାଲିର ଦମକଳିବାହିନୀ ପକ୍ଷରୁ ଏହି ସୂଚନା ଦିଆଯାଛି। ଇଟାଲିର ଷ୍ଟେଟ୍‌ ରେଡିଓ କହିଛି ଯେ, ଫୋରଲି ନିକଟରେ ବସ୍‌ଟି ଓଲଟିପଡ଼ିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଛି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଶରଣାର୍ଥୀଙ୍କୁ ଧରି ଇଟାଲିର ଦକ୍ଷିଣ ପେସ୍କାରା ଅଭିମୁଖେ ବାହାରିଥିଲା। କିନ୍ତୁ ବାଟରେ ଜାତୀୟ ରାଜପଥରେ କୌଣସି କାରଣ ଯୋଗୁ ବସଟି ଓଲଟି ପଡ଼ିଥିଲା। ଯାତ୍ରୀମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ପୁଲିସ ବାରାକରେ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇ ଥିଲା ।
ଯୁଦ୍ଧ ଯୋଗୁ ପ୍ରାୟ ୩୫୦୦୦ ୟୁକ୍ରେନୀୟ ଲୋକେ ପଡ଼ୋଶୀ ଇଟାଲିକୁ ଶରଣାର୍ଥୀଭାବେ ଯାତ୍ରା କାରିଛନ୍ତି। ଅନ୍ୟପଟେ ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ଏବେ ଯୁଦ୍ଧ ତୀବ୍ର ‌ହୋଇଛି। କ୍ଷେପଣାସ୍ତ୍ରା ମାଡ଼ ସହ ଗୁଳି ବର୍ଷା କରୁଛି ରୁଷ। ପୋଲାଣ୍ଡ୍‌ ସୀମାନ୍ତବର୍ତ୍ତୀ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ନଗରୀ ଲିଭିଭ୍ ବାହାରେ ଥିବା ଏକ ସାମରିକ ପ୍ରଶିକ୍ଷଣ ପ୍ରାନ୍ତରରେ ରୁଷୀୟ ସେନା ଏକାଧିକ କ୍ଷେପଣାସ୍ତ୍ର ନି‌କ୍ଷେପ କରିଥିବା କଥା ଆଜି ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.