ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ‘କୃପାଣ’ ଧାରଣ କରିପାରିବେ

add-all

ନୂଆଦିଲ୍ଲୀ: ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ସେମାନଙ୍କ ଧାର୍ମିକ ଅସ୍ତ୍ର ‘କୃପାଣ’ ନେଇପାରିବେ। ବେସାମରିକ ବିମାନଚଳାଚଳ ସୁରକ୍ଷା କର୍ତ୍ତୃପକ୍ଷ ବିସିଏସ ପକ୍ଷରୁ ଶିଖ୍‌ ବେସାମକରିକ କ୍ଷେତ୍ରରେ କାର୍ଯ୍ୟରତ ଶିଖ୍‌ କର୍ମଚାରୀମାନଙ୍କୁ ଏହି ଧାର୍ମିକ ଅସ୍ତ୍ର ଧାରଣ ନେଇ ଅନୁମତି ପ୍ରଦାନ କରିଛି । ପୂର୍ବରୁ ବିମାନ ବନ୍ଦରରେ କୃପାଣ ବ୍ୟବହାର ନେଇ ବାରଣ କରାଯାଇଥିଲା। ଚଳିତ ମାସରେ ବିମାନ ବନ୍ଦରରେ ‘କୃପାଣ’କୁ ନିଷିଦ୍ଧ କରାଯାଇଥିଲା।
ଏହାକୁ ନେଇ ଶିଖ୍‌ ସମ୍ପ୍ରଦାୟର ପ୍ରମୁଖ ସଙ୍ଗଠନ୍ ଶିରୋମଣି ଗରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି) ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ମାର୍ଚ୍ଚ ୯ ତାରିଖରେ ଏସଜିପିସି ସଭାପତି ହରଜିନ୍ଦର ସିଂ ଧାମି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ଚିଠି ଲେଖି ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ, ମାର୍ଚ୍ଚ ୪ରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଶିଖ ଧର୍ମକୁ ଆଘାତ ପହଞ୍ଚାଇଛି।
‘କୃପାଣ’ ଶିଖମାନଙ୍କ ଧାର୍ମିକ ପୋଷାକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା କୌଣସି ଅସ୍ତ୍ର ନୁହେଁ; ବରଂ ଏହା ଶିଖଙ୍କ ଧାର୍ମିକ ବିଶ୍ୱାସର ଏକ ସଂକେତ। ସମ୍ବିଧାନର ଧାରା ୨୫(୨)(ବି) ଅନୁଯାୟୀ ଶିଖମାନଙ୍କୁ ସବୁ ସମୟରେ କୃପାଣ ଧାରଣ କରିବାର ଅଧିକାର ଦେଇଛି ବୋଲି ସେ କହିଥିଲେ। ଆପତ୍ତି ପରେ ମାର୍ଚ୍ଚ ୧୨ ତାରିଖରେ ଏହି କଟକଣାକୁ ହଟାଇ ଦିଆଯାଇଥିଲା। ତେବେ ଏହି କୃପାଣ ବା ବ୍ଲେଡ୍‌ର ଲମ୍ବ ୬ ଇଞ୍ଚରୁ ଅଧିକ ହେବ ନାହିଁ ବୋଲି ବିସିଏସ କହିଛି।

ad-week
Leave A Reply

Your email address will not be published.