ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ: ବାଚସ୍ପତି

add-all

ଭୁବନେଶ୍ବର: ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାର୍ଯ୍ୟ ଲାଗି ୨୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ମୁଖ୍ୟଯନ୍ତ୍ରୀଙ୍କୁ ୫୦ କୋଟି ଟଙ୍କା ଦିଆଯାଇଛି ଏବଂ ଅବଶିଷ୍ଟ ୨୨୫ କୋଟି ଟଙ୍କା ବିଭାଗ ଦେବ।

ଏନେଇ ବଜେଟରେ ବ୍ୟବସ୍ଥା ହୋଇଛି। ବିଧାୟକମାନଙ୍କ କ୍ୱାର୍ଟରର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏପରି କହିଛନ୍ତି।
ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି, ବିଧାୟକ କଲୋନିରେ ଏବେ ବି ୭ ଜଣ ବିଧାୟକ କ୍ୱାର୍ଟର ଛାଡ଼ିବେ। ଚଳିତ ମାସ ୧୮ରୁ ୨୫ ତାରିଖ ମଧ୍ୟରେ ଏହି ୭ ଜଣ ଘର ଛାଡ଼ିବେ । ଏବେ ପୁରୁଣା ଘର ଭଙ୍ଗା ହେବ। କ୍ୱାର୍ଟର ନିର୍ମାଣ ପାଇଁ ଟେଣ୍ଡର ସରିଛି। ବଡ଼ ବଡ଼ କମ୍ପାନି ଅଂଶ ଗ୍ରହଣ କରିଛନ୍ତି। ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ ବୋଲି ସେ କହିଛନ୍ତି। ଏହି ବିଲଡିଂରେ ମାର୍କେଟ କମ୍ପଲେକ୍ସ , ମେଡିକାଲ ବ୍ୟବସ୍ଥା, ୨ ହଜାର ଲୋକ ଭୋଜି ଖାଇବା ଭଳି ବ୍ୟବସ୍ଥା ରହିବ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.