ଆସନ୍ତା ୨୫ରେ ବିଜେଡି ବିଧାୟକ ଦଳ ବୈଠକ

add-all

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶାସକ ବିଜେଡି ଉକ୍ତ ଦିନ ବିଧାୟକ ଦଳ ବୈଠକ ଡାକିଛି। ସ୍ୱଳ୍ପକାଳୀନ ବିଧାନସଭା ଅଧିବେଶନରେ ଶାସକ ଦଳର ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାର୍ଚ୍ଚ ୨୫ ତାରିଖ ସକାଳ ସାଢ଼େ ୧୦ଟାରେ ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ୨୫ତାରିଖ ସକାଳ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ବିଜେଡି ବିଧାୟକ ଦଳ ବୈଠକ ସ୍ୱଳ୍ପ ସମୟ ପାଇଁ ବସିବ ବୋଲି ସ୍ପଷ୍ଟ ହୋଇଛି।

ad-week
Leave A Reply

Your email address will not be published.