ରାଜଧାନୀରେ ହୋଲିରେ ଆକ୍ରମଣ; ୩ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

add-all

ଭୁବନେଶ୍ବର: ହୋଲିରେ ହଣାକଟା। ଏୟାରପୋର୍ଟ ଥାନା ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି। ୩ ଜଣ ଯୁବକଙ୍କୁ ଆକ୍ରମଣ ହୋଇଛି। ଆହତ ଯୁବକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ। ସୂଚନା ଅନୁସାରେ ଭୁବନେଶ୍ୱର ସୁନ୍ଦରପଦ କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଶଙ୍କିତ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ସ୍ଥାନୀୟ ଲୋକେ ଏବଂ ସାଙ୍ଗସାଥି ମିଶି ୩ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନନ୍ତାର କରିଛନ୍ତି। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଅପରାହ୍ନ ୫ରେ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ହୋଇଛନ୍ତି। କାର୍ଗିଲ ବସ୍ତିରେ ଥିବା ହାପି ଗ୍ୟାରେଜର ମାଲିକ ହାପି ତାର ସହଯୋଗୀମାନେ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.