ନନ୍ଦନକାନନରେ ବାଘୁଣୀ ରୁପାର ଶାବକ ମୃତ

add-all

ଭୁବନେଶ୍ବର: ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ଘଟିଛି। ଏହି ଶାବକଟି 10 ଦିନର ହୋଇଥିଲା। ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା। ଓୟୁଏଟିର ଡାକ୍ତରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ତାର ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ସନ୍ଧ୍ୟାରେ ଧଳା ଶାବକର ମୃତ୍ୟୁ ହୋଇଥିଲା। ଏହାପରେ ନନ୍ଦନକାନନରେ ମୋଟ ବାଘଙ୍କ ସଂଖ୍ୟା 28କୁ ହ୍ରାସ ପାଇଛି।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ 11 ତାରିଖରେ ବାଘୁଣୀ ‘ରୁପା’ ତିନୋଟି ଶାବକ ଜନ୍ମ ଦେଇଥିଲା। ବାଘୁଣୀଟି ଶାବକଙ୍କୁ ଜନ୍ମ ଦେବା ପରେ ଆଦରିନଥିଲା କି ସ୍ତନ୍ୟପାନ କରାଇନଥିଲା। ତେଣୁ କର୍ତ୍ତୃପକ୍ଷ ତିନି ଶାବକଙ୍କୁ ଆଣି ଶିଶୁ ଯତ୍ନ ଗୃହରେ ରଖି ଲାଳନପାଳନ କରୁଥିଲେ । ହେଲେ ସେଥିରୁ ଗୋଟିଏ ଧଳା ଅଣ୍ଡିରା ଶାବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.