ସମଲେଶ୍ୱରୀ ମନ୍ଦିର ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ 5T ସଚିବ

add-all

ସମ୍ବଲପୁର, ମାର୍ଚ୍ଚ ୨୧(ଖବର ଓଡ଼ିଶା): ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ୱରୀ ମନ୍ଦିର ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ୍ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ।

ନିକଟରେ ରାଜ୍ୟ ସରକାର ସମଲେଇ ମନ୍ଦିର ବିକାଶ ପାଇଁ ‘ସମଲେଇ’ ଯୋଜନା ଆରମ୍ଭ କରିଥିବା ବେଳେ ଗତ ବଜେଟ୍‌ରେ ୨୦୦ କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର।

ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ôଥକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ ।

ସମଲେଇ ଯୋଜନା ମୁତାବକ ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ମନ୍ଦିର ଚାରିପଟେ ସ୍ୱତନ୍ତ୍ର ପାଦଚଲା କରିଡର କରାଯିବା ସହିତ ମନ୍ଦିର ସହିତ ଯଡିତ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ।

ad-week
Leave A Reply

Your email address will not be published.