ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

add-all

କଟକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଏହି ମାମଲାରେ ସୋମବାର ପୂର୍ବତନ ଓଆଇଏସ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ନିରଞ୍ଜନ ଓ ଅନ୍ୟ ଅଭିଯୁକ୍ତଙ୍କୁ ଏବେ ଭଦ୍ରକ ପୋଲିସ ରିମାଣ୍ଡରେ ନେବ ନାହିଁ ବୋଲି ସ୍ଥିର କରିଛି। ମଙ୍ଗଳବାରଏନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି। ସେ କହିଛନ୍ତି, ନିରଞ୍ଜନଙ୍କୁ ଏବେ ରିମାଣ୍ଡରେ ନେବାର ଯୋଜନା ନାହିଁ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ଆବଶ୍ୟକ ହେଲେ ନିରଞ୍ଜନଙ୍କୁ ରିମାଣ୍ଡରେ ନିଆଯିବ। ତେବେ ଶର୍ମିଷ୍ଠା ଧରାପଡ଼ିବା ଯାଏ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି। ଫେବୃଆରୀ ୨୩ରେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଶର୍ମିଷ୍ଠା ଆବେଦନ କରିଥିଲେ। ଗତ ୧୬ରେ ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ad-week
Leave A Reply

Your email address will not be published.