ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୪ ସପ୍ତାହ ଭିତରେ କୋର୍ଟରେ ହାଜର ହୁଅ

add-all

କଟକ : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଝଟ୍‌କା । ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ତେବେ ଆଜି ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା ।

ଖବର ଅନୁଯାୟୀ, ଗତ ଫେବ୍ରୁଆରି ୨୩ ତାରିଖରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା , ତେବେ ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ଆବେଦନକାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ତେଣୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ ଦେବା ଉଚିତ୍ ହେବନାହିଁ ବୋଲି ଯୁକ୍ତି ରଖିଥିଲେ ସରକାରୀ ଓକିଲ । ସେପଟେ ଆବେଦନରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ତାଙ୍କ ପରିବାର ପକ୍ଷରୁ ଫେବ୍ରୁଆରି ୧୪ ତାରିଖରେ ଅଭିଯୋଗ କରାଯାଇଥିଲା। ଚାନ୍ଦବାଲି ଥାନା ପୋଲିସ ଆଇପିସିର ଦଫା ୩୬୩ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲା। ପରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇ ସରିଛି, ଏବଂ ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଶର୍ମିଷ୍ଠା ଏବେବି ଫେରାର ଏବଂ ତାଙ୍କ ନିକଟରେ ପହଁଚିବା ପୋଲିସ ପାଇଁ ଏବେବି ସମ୍ଭବ ହୋଇପାରିନାହିଁ ।

ସେପଟେ ଘଟଣାରେ ଅବସରପ୍ରାପ୍ତ ସୂଚନା ଅଧିକାରୀ ନିରଞ୍ଜନ ସେଠୀକୁ ଗିରଫ କରିଛି ପୋଲିସ । ଏବେ ଯାଏଁ ଘଟଣାରେ ମୋଟ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଘଟଣାରେ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ ।

ad-week
Leave A Reply

Your email address will not be published.