ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର

add-all

ବଲାଙ୍ଗୀର : ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍‌ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭୋଟ ଦେଇଛନ୍ତି । ଗଣତନ୍ତ୍ର ବଞ୍ଚାଇବା ପାଇଁ ମତଦାନ କରିବା ଅତ୍ୟନ୍ତ ମୂଲ୍ୟବାନ ଅଟେ। ନିର୍ଭୀକ ଓ ନିରପେକ୍ଷ ମତଦାନ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ad-week
Leave A Reply

Your email address will not be published.