ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଭାଇଙ୍କୁ ପିଟିଲେ

add-all

ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ। ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ବିଧାୟକଙ୍କ ଉପସ୍ଥିତିରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC କୋଲପଡ଼ାରେ।

ସୂଚନା ଅନୁସାରେ, ପାଟଣାଗଡ଼ NACର ୧ ନଂ ,୨ନଂ ଓ ୩ ନମ୍ବର ୱାର୍ଡରେ ପ୍ରଦୀପ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ବିଜେପି କର୍ମୀ ସେଠାରେ ପହଞ୍ଚି ତାଙ୍କୁ ଧରି ପିଟିଥିଲେ। ଘଟଣାସ୍ଥଳରେ ବିଧାୟକ ନିଜେ ଉପସ୍ଥିତ ଥାଇ ମଧ୍ୟ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ନଥିଲେ। ଗାଡ଼ିରେ ବସି ସବୁ ଦେଖୁଥିଲେ। ଦଳୀୟ କର୍ମୀ ପ୍ରଦୀପଙ୍କୁ ଉଦ୍ଧାର କରି ନେଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ad-week
Leave A Reply

Your email address will not be published.