ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼: ଅଭିଯୁକ୍ତ ଗିରଫ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଜନତା

add-all

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ସହ ପୋଡ଼ାଜଳା କରିଛନ୍ତି।

ଅନ୍ୟପଟରେ ଛୁରାମାଡ଼ର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ।

ସୂଚନାଯୋଗ୍ୟ, ଛୁରାମାଡ଼ କରିବା ପରେ ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଇଛି।

ad-week
Leave A Reply

Your email address will not be published.