ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ

add-all

ପୁରୀ, ୨୭/୦୩ : ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲାରେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। ଶନିବାର ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଟୁ ଓ କୁନୁମୁନିକୁ କ୍ରାଇମ୍ ସ୍ପଟ ବାରବାଟି ଆଣି ସମ୍ପୂର୍ଣ୍ଣ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି।

ପ୍ରକାଶ ଥାଉକି, ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କାଳିଆ ପଢିଆରୀଙ୍କୁ ଗୁଳି କରି ଅତି ବିଭତ୍ସ ଭାଵେ ହତ୍ୟା କରାଯାଇଥିଲା। ଏହି ଘଟଣାର ସାତଦିନ ଭିତରେ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଘଟଣାରେ ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ। ଶନିବାର ପ୍ରଥମ ପର୍ଯ୍ୟାୟ ରିକ୍ରିଏସନ୍‌ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ ।

ad-week
Leave A Reply

Your email address will not be published.