କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଚାଳକ ମୃତ

add-all

କେଉଁଝର: କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରିମୁଳି ନିକଟରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଟ୍ରକ୍ ପଛରେ ପିଟି ହୋଇ ଗୋଟିଏ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକଙ୍କ ନାମ କୈଳାସ ଚନ୍ଦ୍ର ସାହୁ (୩୨) ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦାଣ୍ଡ ସାହିରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଙ୍ଗୀ ଥାନା କାଳୁପଡା ଘାଟରୁ ୨ ରୁ ୩ ଜଣ ମାଛ ବେପାରୀଙ୍କ ମାଛ ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ ବଡବିଲକୁ ଯାଉଥିଲା। ଭୋର୍ ସମୟରେ ପିକ୍ ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡରେ ବ୍ରେକ୍ ଡାଉନ୍ ହୋଇ ଛିଡା ହୋଇ ଥିବା ଏକ ଟ୍ରକ୍ ପଛେରେ ପିଟି ହୋଇଥିଲା। ଦୁର୍ଘଟଣ‍ାର ତିବ୍ରତା ଅଧିକ ଥିବାରୁ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଘଟଣା ସ୍ଥଳରେ ପିକ୍ ଅପ୍ ଚାଳକ କୈଳାସ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିଲା।

ତେବେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ସ୍ଥାନୀୟ ଲୋକେ ସମସ୍ତ ମାଛ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ମାଛର ଆନୁମାନିକ ମୁଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି। ସ୍ଥାନୀୟ କେଉଁଝର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଗାଡି ଜବତ କରିବା ସହ ଶବ ଜବତ କରି ତଦନ୍ତ ଚଳାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ମାଛ ବ୍ୟବସାୟୀ କମିଟି ଗଭୀର ଶୋକ ବ୍ୟକ୍ତ କରିଛି।

ad-week
Leave A Reply

Your email address will not be published.