କାଠଯୋଡି ନଦୀକୁ ଆଉ ଯିବନି ସହରର ନର୍ଦ୍ଦମା ପାଣି, ସିଏମ୍‌ସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

add-all

କଟକ ୨୮।୦୩ : କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏଣିକି ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ କୋର୍ଟ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଛନ୍ତି । ଯେହେତୁ ଜାଇକା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ତେଣୁ ବାଧ୍ୟ ହୋଇ ଏଭଳି କରିବାକୁ ପଡୁଛି ବୋଲି ସି ଏମ୍ ସି ପକ୍ଷରୁ କୁହାଯାଇଥିଲା । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସି କି ପଦକ୍ଷେପ ନେଇଛ । ସେସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। କଟକ ଖାନ୍ ନଗର ପୂଜା କମିଟି ସମ୍ପାଦକ ସିଏମସି କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ କାର୍ଯ୍ୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି।

ad-week
Leave A Reply

Your email address will not be published.