ଓସ୍କାର ମଞ୍ଚରେ ଫାଇଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

add-all

ଲସ୍‌ ଏଞ୍ଜଲିସ: ଓସ୍କାର ସମାରୋହରେ ଅଘଟଣ। ମଞ୍ଚରେ ଉପରେ ହେଲା ଲଢ଼େଇ। ରାଗିଗଲେ ଅଭିନେତା। ସର୍ବସମ୍ମୁଖରେ ମଞ୍ଚ ଉପରକୁ ଆସି ହୋଷ୍ଟକୁ ମାରିଲେ ଚାପୁଡା। ଯହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସିନେମା ଜଗତର ସବୁଠାରୁ ବଡ ପୁରସ୍କାର ଏକାଡେମୀ ଆୱାର୍ଡ ତଥା ଓସ୍କାର ଇଭେଣ୍ଟକୁ ଅପେକ୍ଷା କରି ରହିଥାନ୍ତି ସମସ୍ତେ। ଏହି ସମାରୋହରେ ବିଶ୍ୱର ବିଭିନ୍ନ ସ୍ଥାନରୁ ତାରକାମାନେ ଏଠାରେ ଉପସ୍ଥିତ ହୁଅନ୍ତି। ଏହି ଶୋ’ର ନିଜର ଗରିମା ପାଇଁ ଜଣାଶୁଣା ଥିବାବେଳେ ବେଳେ ଏହାକୁ ନେଇ ଅନେକ ଥର ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ଓସ୍କାରରେ ଏକ ବଡ଼ ଅଘଟଣ ଘଟିଛି। ହଲିଉଡ଼ର ଫେମସ ଅଭିନେତା ୱିଲ୍ ସ୍ମିଥ୍ ଶୋ’ର ହୋଷ୍ଟ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ମଞ୍ଚ ଉପରେ ମାଡ ମାରିଛନ୍ତି। ଯାହା ଓସ୍କାର ଇତିହାସରେ ପ୍ରଥମ।
ହୋଷ୍ଟ କ୍ରିସ୍ ରକ୍ ସ୍ମିଥଙ୍କ ପତ୍ନୀ ବିଷୟରେ ଥଟ୍ଟା କରୁଥିଲେ। ସେ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ଏକ ଜୋକ୍‌ ମଧ୍ୟ ଶୁଣାଇଥିଲେ। ବାସ୍ ଏହା ଜାଣିବା ପରେ ଫିଡ୍‌କି ଯାଇଥିଲେ ସ୍ମିଥ। ପତ୍ନୀଙ୍କୁ ଏଭଳି ପରିହାସ କରିବା ସ୍ମିଥଙ୍କୁ ପସନ୍ଦ ଆସିନଥିଲା। ସେ ନିଜ ରାଗ ଉପରେ ଆଉ କଣ୍ଟ୍ରୋଲ ରଖିପାରିନଥିଲେ। ମଞ୍ଚ ଉପରେ ଚଢି ଖୁବ୍‌ ଜୋରରେ ହୋଷ୍ଟଙ୍କୁ ମାଡ ମାରିଥିଲେ। କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ଓହ୍ଲାଇ ଖୁବ୍‌ ଜୋର ପାଟି କରି ସ୍ମିଥ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ତେବେ ସ୍ମିଥଙ୍କ ଏଭଳି ଚାପୁଡା ମାରିବା କେବଳ ଥଟ୍ଟା ଥିଲା କି ସତ ଘଟଣା ତାହା ଏଯାଏଁ ସ୍ପଷ୍ଟ ହୋଇନି।
ସ୍ମିଥଙ୍କ ଏପରି ବ୍ୟବହାର ପରେ କ୍ରିସ୍ ରକ୍ କିଛି ସମୟ ପାଇଁ ଚୁପ୍‌ ହୋଇଯାଇଥିଲେ। ସେପଟେ ସ୍ମିଥ ଚେଆର ଉପରେ ବସିବା ପରେ ରକ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ‘ଆଉଥରେ ତୁମ ପାଟିରୁ ଯେପରି କେବେ ମୋ ପତ୍ନୀଙ୍କ ନାଁ ମୁଁ ନଶୁଣେ।’ କ୍ରିସ୍ ମଧ୍ୟ ଉତ୍ତର ଦେଇଥିଲେ କି ଆଉ କେବେ ଏମିତି ଭୁଲ ହେବନି।
ତେବେ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ମିଥ ଆଉ ରକ୍‌ଙ୍କ ଏହି ଫାଇଟ୍‌। କିଛି କ୍ଷଣକ ମଧ୍ୟରେ ୱିଲ୍‌ ସ୍ମିଥ ଓ ରକ୍‌ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ତେବେ ଆୱାର୍ଡ ଗ୍ରହଣ କରିବା ବେଳେ ସ୍ମିଥ କ୍ରିସ ରକ୍‌ଙ୍କୁ ମାଡ ମାରିଥିବା ନେଇ କ୍ଷମା ମାଗିଛନ୍ତି।
ସୂଚନା ମୁତାବକ, ଚଳିତ ଓସ୍କାର ସମାରୋହରେ ୱିଲ୍‌ ସ୍ମିଥଙ୍କୁ ଫିଲ୍ମ ‘କିଙ୍ଗସ ରିଚର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ରୂପେ ଆୱାର୍ଡ ମିଳିଛି। ଏହି ଫିଲ୍ମଟି ପ୍ରସିଦ୍ଧ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭିନସ୍‌ ୱିଲିୟମଙ୍କ ବାପା ରିଚର୍ଡ ୱିଲିୟମ୍ସଙ୍କ ଜୀବନୀ ଉପରେ ଆଧାରିତ।

ad-week
Leave A Reply

Your email address will not be published.