ଜଳୁଛି ଶିମିଳିପାଳ ଅଭୟାରଣ୍ୟ: ୫ ଜଣକୁ ଗିରଫ କଲା ବନଭିଭାଗ

add-all

ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜୀବଜନ୍ତୁ ବିପଦରେ । ଗତ ଦୁଇ ତିନି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଫଳରେ ଏବେ ବିପଦରେ ଶିମିଳିପାଳ । ଶିମିଳିପାଳ ପାଖରେ ଥିବା ବିଭିନ୍ନ ଛୋଟ ମୋଟ ଜଙ୍ଗଲ ସହ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସୂଚନା ଦେଇଛନ୍ତି। ନିଆଁ ଏତେ ଭୟଙ୍କର ଭାବେ ମାଡିଯାଉଛି ଯେ ଆଖପାଖ ଅଞ୍ଚଳର ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡିଛି।

ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀ ନାକେଦମ୍‌ ହେଲାଣି। ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ଗଛ ନଷ୍ଟ ହେବା ସହ ବହୁ କୀଟପତଙ୍ଗ ମଧ୍ୟ ପୋଡି ନଷ୍ଟ ହୋଇ ଯାଉଛନ୍ତି। ନିଆଁକୁ ଆୟତ୍ତ କରିପାରିନି ବନବିଭାଗ। ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ୍ଜ ଅଧୀନରେ ଥିବା ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୫ ଜଣକୁ ଗିରଫ କରିଛି ବନଭିଭାଗ । ଏମାନେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରିବାର ଯୋଜନା କରୁଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.