ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ

add-all

ହିଞ୍ଜିଳି ପିତ୍ତଳ ଛକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ। ହତ୍ୟାରେ ବ୍ୟବହୃତ ଲୁହାରଡ, କାଠ ଫାଳିଆ, ବାଉଁଶ ବାଡି, ଓ ଦୁଇଟି ମୋଟରସାଇକେଲ୍ ଜବତ କରିଛି ପୋଲିସ। ଏନେଇ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଗତ ୨୨ ତାରିଖ ରାତିରେ ହିଞ୍ଜିଳି ଥାନା ପିତ୍ତଳ ଛକରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ନରେନ୍ଦ୍ରପୁର ଗାଁର ତିନି ଭାଇ ରାଜା ସ୍ଵାଇଁ, ଶମ୍ଵୁ ସ୍ଵାଇଁ, ସଞ୍ଜୟ ସ୍ଵାଇଁ, ଏବଂ ପୁତୁରା ଚନ୍ଦନ ସ୍ଵାଇଁ ମଙ୍ଗଳବାର ରାତିରେ ହିଞ୍ଜିଳି ପିତ୍ତଳ ଛକରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ ଥିବା ବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଲୁହା ରଡ ଓ କାଠ ଫାଳିଆରେ ସେମାନଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.