ତେଲକୋଇ ମଲଣ୍ଡା ରେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ

add-all

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତର ମଲଣ୍ଡା ଠାରେ ଗାଧୋଉଥିବା ବେଳେ ଜଣେ 6 ବର୍ଷୀୟ ଶିଶୁ କନ୍ୟା ଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ଆକୁଳ ମଲଣ୍ଡା ଗ୍ରାମର ସୁଶାନ୍ତ ନାୟକ ଙ୍କର 6 ବର୍ଷର ଶିଶୁ କନ୍ୟା ପପି ନାୟକ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ବେଳେ ଗାଁ ପୋଖରୀକୁ ଏକୁଟିଆ ଗାଧୋଇବା କୁ ଯାଇଥିଲା।

ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ସେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ପାଣି ପିଇ ଭାସିବା ବେଳେ ପୋଖରୀ ର ଅନ୍ୟ ଘାଟରେ ଥିବା ଲୋକେ ଶିଶୁକନ୍ୟା କୁ ଦେଖି ଥିଲେ।ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣା ଯାଇଥିଲା। ସେଠାରେ ଡାକ୍ତର ଶିଶୁକନ୍ୟା କୁ ମୃତ ଘୋଷଣା କରିଛନ୍ତି।ଘଟଣାଟି ଅଞ୍ଚଳରେ ଵୋକାକୁଳ ପରିବେଶ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.