କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା

add-all

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ମିନି ଟ୍ରକ ଧକ୍କା ଦେଇଛି। ଫଳରେ ମିନି ଟ୍ରକ ଚାଳକ ଗାଡି ଭିତରେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ଚାଳକଙ୍କ ପରିଚୟ ମିଳିପାରି ନାହିଁ। ମିନି ଟ୍ରକଟି କେନ୍ଦୁଝରରୁ କୋଲକାତା ଯାଉଥିବା ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.