ସକାଳୁଆ ସ୍କୁଲ ସମୟରେ ସାମନ୍ୟ ପରିବର୍ତ୍ତନ କଲେ ରାଜ୍ୟ ସରକାର

add-all

ଭୁବନେଶ୍ୱର: ପୁଣି ବଦଳିଲା ନିଷ୍ପତି । ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ସ୍କୁଲ ଗୁଡିକରେ ମଣ୍ଣିଂଙ୍ଗ କ୍ଲାସ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ। ପୂର୍ବରୁ ସକାଳ ସାଢେ ୬ଟାରୁ କ୍ଲାସ ଆରମ୍ଭ ହୋଇ ୧୦ଟାରେ ଶେଷ ହେବାକୁ ଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରାଯାଇଛି ।

ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ନୂଆ ଗାଇଡଲାଇନ୍ ଅନୂଯାଇ ଏପ୍ରିଲ ୨ରୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ କ୍ଲାସ କରାଯିବ ଏବଂ ୭ଟାରୁ ୧୧.୩୦ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ କ୍ଲାସ କରାଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି ।

ad-week
Leave A Reply

Your email address will not be published.