ଛାତ ଉପରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁରିବୁଡି ଗ୍ରାମର ଜଣେ ବ୍ୟବସାୟୀ ଙ୍କ ଘର ଛାତ ଉପରୁ ଏକ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣା ରୁ ପ୍ରକାଶ ଯେ,ଆଜି ଅପରାହ୍ନ ରେ ଗ୍ରାମର ବ୍ୟବସାୟୀ ଅନ୍ତରଯ।ମି ପାତ୍ରଙ୍କ ଘର ଛାତ ଉପରେ ଶିଶୁର କ୍ରନ୍ଦନ ଶୁଭୁଥିଲା।ଏହା ଶୁଣି ଗ୍ରାମର ଲୋକମାନେ ତାଙ୍କ ଘର ଦେଇ ଛାତ ଉପରକୁ ଯାଇ ପିଲାଟି ଏକ ଟୋକେଇ ମଧ୍ୟରେ ରହିଥିବା ଦେଖିବାକୁ ପାଇଥିଲେ।ତୁରନ୍ତ ପିଲାଟିକୁ ଉଦ୍ଧାର କରି ତଳକୁ ଆଣିବା ଆଣିଥିଲେ। ଶିଶୁ ପୁତ୍ର କୁ ଦେଖି ଗ୍ରାମର ଗୋଟିଏ ଦମ୍ପତି ତାକୁ ସନ୍ତାନ ଭବେ ରଖିବା ପାଇଁ ନିଜ ଘରକୁ ନେଇ ଥିବା ଜଣାପଡିଛି।ତେବେ ଛାତ ଉପରକୁ କିଏ କେଉଭଳି ପରିସ୍ଥିତି ରେ ନେଇ ରଖିଲା ତାହାକୁ ନେଇ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.