ଦନ୍ତାହାତୀ ଆକ୍ରମଣରେ ବଣାଇ ଅଞ୍ଚଳର ମହିଳା ଖୁଟୁନି କିସାନ ଗୁରୁତର, ଆହତ ମହିଳାଙ୍କୁ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର।

add-all

ରାଉରକେଲା,୩୧/୦୩/୨୦୨୨(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଗୁରୁବାର ସକାଳେ ବଣେଇ ରେଞ୍ଜର କେଲସାହି ରେ ଦନ୍ତା ଟି ଘର ଭାଙ୍ଗିବା ସହିତ ତେଲଡିହି ଅଞ୍ଚଳରେ ରେ ଘର ଅଗଣା ରେ ଝାଡୁ ମାରୁ ଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରି ଆହତ କରିଛି। ଦନ୍ତା ହାତୀ ଟି ଖୁଟୁନି କିସାନ ନାମକ ମହିଳା ଙ୍କୁ ଆକ୍ରମଣ କରିବା ପରେ ସେଠାରୁ ଚାଲିଯାଇଥିଲା। ପରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ଖୁଟୁନି ଙ୍କୁ ବଣାଇ ଡାକ୍ତର ଖାନା କୁ ଚିକିତ୍ସା ଲାଗି ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ କୁ ସ୍ଥାନାନ୍ତର କରାଯାଇଛି। ଏହି ଦନ୍ତା ଟି ଦୁଇମାସ ତଳେ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। କିଛିଦିନ ଚୁପ ରହିଲା ପରେ ଦନ୍ତା ଟି ପୁଣି ସକ୍ରିୟ ହୋଇପଡିଥିବାରୁ ଅଞ୍ଚଳ ବାସୀ ଚିନ୍ତାରେ ଅଛନ୍ତି।

ad-week
Leave A Reply

Your email address will not be published.