ସୋୟାବିନ୍ ତରକାରୀ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

add-all

ନୀଳଗିରି: ସୋୟାବିନ୍ ତରକାରୀ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ବାଲେଶ୍ଵର ଜିଲ୍ଲା ନୀଳଗିରି-ସାଇଗଣେଷ ଟିଉଟୋରିଆଲରେ ନିମ୍ନମାନର ଖାଦ୍ୟ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୋୟାବିନ୍ ତରକାରୀ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ। ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଟିଉଟୋରିଆଲରେ ବିଷାକ୍ତ ଖାଦ୍ୟ ଖାଇ ୧୨ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସାଇଗଣେଷ ଟିଉଟୋରିଆଲରେ ଛାତ୍ରଛାତ୍ରୀମାନେ ଗୁରୁବାର ରାତିରେ ସୋୟାବିନ୍ ତରକାରୀ ଓ ସାଲାଡ୍ ଖାଇବା ପରେ ହଠାତ୍ ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସମସ୍ତେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସୋୟାବିନ୍ ବଡି ୨୦୧୨ ମସିହାର ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.