ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ

add-all

ଭୁବନେଶ୍ବର: ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ରାଜ୍ୟରୁ ବଛା ହୋଇଥିବା ଶହେ ଜଣ ପୁଲିସ ଅଧିକାରୀଙ୍କୁ ଏହି ଉତ୍ସବରେ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ପୁଲିସ ଡିଜି ସୁନୀଲ ବଂଶଲ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ। ଏଥିସହ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାଛଡ଼ା ହାତୀ ଉଦ୍ଧାର ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଥିବା ସୀତାରାମ ମୁର୍ମୁଙ୍କ ପାଇଁ ପତ୍ନୀ ଦାଙ୍ଗି ମୁର୍ମୁଙ୍କୁ ପଦକ ଓ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯାଇଥିଲା। କୋଭିଡ ସମୟରେ ମୃତ୍ୟୁବରଣ କରିଥିବା କିଛି ପୁଲିସ ଅଧିକାରୀଙ୍କ ପରିବାର ଲୋକ, କମ୍ବିଂ ଅପରେସନ ସମୟରେ ଆହତ ହୋଇଥିବା ଏସଓଜି ଯବାନ, କ୍ରାଇମ ଇନଭେଷ୍ଟିଗେସନ୍,ଲ ଆଣ୍ଡ ଅର୍ଡର ଇତ୍ୟାଦି କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ପୁଲିସ ଅଧିକାରୀମାନଙ୍କୁ ବି ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା।

ad-week
Leave A Reply

Your email address will not be published.