ଦୁଷ୍କର୍ମ ପାଇଁ ପର୍ଣ୍ଣ ଭିଡିଓକୁ ଦାୟୀ କଲେ ମନ୍ତ୍ରୀ

add-all

ଅହମଦାବାଦ: ଭାରତରେ ଦୁଷ୍କର୍ମ ଘଟଣା ପାଇଁ ପର୍ଣ୍ଣ ଭିଡିଓ ମୁଖ୍ୟ କାରଣ ବୋଲି କହିଛନ୍ତି ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀ। ମୋବାଇଲରେ ଅତି ସହଜରେ ପର୍ଣ୍ଣ ଭିଡିଓ ଉପଲବ୍ଧ ହେଉଥିବାରୁ ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟୁଛି ବୋଲି ସେ କହିଛନ୍ତି।
ଏହାବାଦ ପଡ଼ୋଶୀ ଓ ପରିବାର ଲୋକମାନଙ୍କ ଦ୍ୱାରା ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ସଙ୍ଘଭୀ କହିଛନ୍ତି। ସେ କହିଛନ୍ତି, ନିକଟରେ ସାମ୍ନାକୁ ଆସିଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାର ମୁଖ୍ୟ କାରଣ ହେଲା ମୋବାଇଲ ଫୋନ ଓ ପୀଡ଼ିତାଙ୍କ ଜଣାଶୁଣା ଲୋକ। ଜଣାଶୁଣା ଲୋକ ହିଁ ଜଣେ ବଢ଼ିଲା ଝିଅ ସହ ଏପରି ଅମାନବୀୟ କାଣ୍ଡ ଘଟାଉଥିବା ସର୍ଭେରୁ ଜଣାପଡ଼ିଛି।
ଦୁଷ୍କର୍ମ ଘଟଣା ବଢ଼ିବା ପାଇଁ ପୁଲିସ୍‌କୁ ଦାୟୀ କରିବା ମଧ୍ୟ ଠିକ ନୁହେଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ସଙ୍ଘଭୀ କହିଛନ୍ତି, “ଦୁଷ୍କର୍ମ ଘଟଣା ପାଇଁ ଆମେ ସବୁବେଳେ ପୁଲିସ୍‌କୁ ଦାୟୀ କରୁଛେ। କିନ୍ତୁ ଏପରି ଘଟଣା ସମାଜ ପାଇଁ ଗୋଟିଏ କଳଙ୍କ। ଆମେ କେବଳ ପୁଲିସ୍‌କୁ କେବଳ ଏହି ଘଟଣା ପାଇଁ ଦାୟୀ କରିପାରିବା ନାହିଁ।
ଗୁଜରାଟ ସାରା ଦେଶରେ ସବୁଠାରୁ ସୁରକ୍ଷିତ ରାଜ୍ୟ। ଯେତେବେଳେ ଜଣେ ବାପା ତା’ର ନାବାଳିକା ଝିଅକୁ ଦୁଷ୍କର୍ମ କରୁଛି, ଏହା କ’ଣ ଗୋଟିଏ ସାମାଜିକ ପ୍ରସଙ୍ଗ ନୁହେଁ? ଯଦି ଜଣେ ବାପା ତା’ର ଝିଅକୁ ଦୁଷ୍କର୍ମ କରୁଛି, ତା’ହେଲେ ଏଥିପାଇଁ ତା’ର ମୋବାଇଲ ଫୋନ ହିଁ ମୁଖ୍ୟ କାରଣ।
ମୋବାଇଲ ଫୋନରେ ଅତି ସହଜରେ ପର୍ଣ୍ଣ ଭିଡିଓ ଉପଲବ୍ଧ ହେଉଛି। ଏହାକୁ ଦେଖି ଅନେକ ଲୋକ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି। ପଡ଼ୋଶୀ ଭାବେ ରହୁଥିବା ଲୋକମାନେ ମଧ୍ୟ ମୋବାଇଲ ଯୋଗୁ ଛୋଟ ଝିଅକୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି।”

ad-week
Leave A Reply

Your email address will not be published.