ବଲିଉଡ୍‌ ପରେ ହଲିଉଡ୍‌ରେ ଏଣ୍ଟ୍ରି କରିବେ ରିଚା ଚଢା, ମିଳିଲା ବଡ ଅଫର

add-all

ମୁମ୍ବାଇ ୦୩।୦୪ : ବଲିଉଡ୍‌ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍‌ ପରିଚିତ। ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ। ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବଲିଉଡରେ ନିଜର ଦମଦାର ଅଭିନୟ କରିବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ଅଭିନେତ୍ରୀ ରିଚା ଚଢାଙ୍କୁ ହଲିଉଡ ଫିଲ୍ମ ଆପ୍ରୋଚ କରାଯାଇଛି। କୁହାଯାଉଛି କି ତାଙ୍କୁ ବଡ ଅଫର ମଧ୍ୟ ମିଳିଛି ।  ରିଚା ଏଥିରେ ରାଜକୀୟ ମାଲିକାଣୀ ଭୂମିକାରେ ନଜର ଆସିବେ। ଏହି ପ୍ରୋଜେକ୍ଟ ପାଇଁ ରିଚା ନିଜର ଟ୍ରେନିଂ ତଥା ତାଲିମ୍‌ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏବେ ରିଚା ଘୋଡାଚାଳନାର ଅଭ୍ୟାସ କରୁଛନ୍ତି। ଏହା ପୂର୍ବରୁ ରିଚା ବଏଫ୍ରେଣ୍ଡ ତଥା ଅଭିନେତା ଅଲ୍ଲୀ ଫେଜଲ ସହିତ ବିଗ୍‌ ବଜଟେ ଫିଲ୍ମରେ ନଜର ଆସିଥିଲେ। ଯାହାର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ହଲିଉଡରେ ବଏଫ୍ରେଣ୍ଡଙ୍କୁ ସଫଳତା ମିଳିବା ପରେ ଏବେ ରିଚା ମଧ୍ୟ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି।

ରିଚାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ରିଚା ଏବେ ଅଲ୍ଲୀ ଫୈଜଲଙ୍କୁ ଦୀର୍ଘ ଦିନରୁ ଡେଟ୍‌ କରୁଛନ୍ତି। ଖବର ଆସିଥିଲା କି ଦହେଁ ଖୁବ୍‌ ଶୀଘ୍ର ବିବାହ କରିବେ ।  କରୋନା ପାଇଁ ତାଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ତାଙ୍କ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି। ରିଚା ଖୁବ୍‌ ଶୀଘ୍ର ‘ଫୁକରେ ୩’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ହେଉଛି। ଏଥିରେ ମଧ୍ୟ ପ୍ରମୁଖ ଭୂମିକାରେ ଅଲ୍ଲୀ ଫୈଜଲ ରହିଛନ୍ତି।

ad-week
Leave A Reply

Your email address will not be published.