ଦୁର୍ଘଟଣା ପରେ ଜେସିବି ମେସିନ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ବାଇକ ଆରୋହୀ ମୃତ

add-all

ନବରଙ୍ଗପୁର: ମୃତ୍ୟୁ ଏମିତି ମଧ୍ୟ ଆସେ । କିଏ ଜାଣିଥିଲା ଯେ ଘରକୁ ଫେରିବା ବାଟରେ ଜଗିଛି ଯମ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଘଟିଛି ଏମିତି ଏକ ଅଘଟଣ।

ସୂଚନା ଅନୁସାରେ ବି. ଏମ. ସେମଳା ଗ୍ରାମ ର ଦେବେନ୍ଦ୍ର ମାଳି ନାମକ ଜଣେ ବ୍ୟକ୍ତି କୋଷାଗୁମୁଡା ଠାରୁ ନିଜ ଦୋକାନ ଜିନିଷ ନେଇ ନିଜ ଗାଁ କୁ ଫେରୁଥିଲେ। ଫେରିବା ରାସ୍ତା ରେ ଡ଼ଙ୍ଗରୀଗୁଡା ନିକଟରେ ଚାଲିଥିବା ଏକ ଗାର୍ଡୱାଲ କାମ ରେ ନିୟାଜିତ ଏକ ଜେସିବି ର ବକେଟ କୁ ଜେସିବିର ଡ୍ରାଇଭର ଜଣକ ହଠାତ ମୁଭ କରିଦେବା ଫଳରେ ଜେସିବିର ବକେଟ ବାଜି ବାଇକ ଆରୋହୀ ଜଣକ ଛୀଟିକି ଯାଇ ବିଲ ମଧ୍ୟରେ ଯାଇ ପଡ଼ିଥିଲେ।

ପାଖରେ ଥିବା ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦେବେନ୍ଦ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ କୋଷାଗୁମୁଡା ମେଡିକାଲ କୁ ପଠାଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ଡାକ୍ତର ଉକ୍ତ ବ୍ୟକ୍ତି ଙ୍କୁ ମୃତ ଘୋଷଣା କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଘଟଣା ସ୍ଥଳ ରେ ଜେସିବି ରେ ନିଆଁ ଲଗେଇଦେଇଥିଲେ ପରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ଘଟଣା ସ୍ଥଳ ରେ ଚାପା ଉତ୍ତେଜନା ଲାଗିରହିଥିବା ଯୋଗୁଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ad-week
Leave A Reply

Your email address will not be published.