ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଦୈତାରୀ…

add-all

ଖଲ୍ଲିକୋଟ ; ନିର୍ବାଚିତ ହେବାର ୨୫ ଦିନ ପରେ ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦୈତାରୀ ବେହେରା ଓ ଉପାଧ୍ୟକ୍ଷା ଭାବେ ଭାରତୀ ମହାରଣା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି l ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ ରେ ବିଜେଡି ର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ ମଧ୍ୟରେ ଲଢେଇ ହେବା ସହ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା ଦାନପୁର ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଗତ ଫେବୃଆରୀ ୧୨ ତାରିଖ ଦିନ ଅନୁଷ୍ଠିତ ସମିତି ଅଧକ୍ଷ ପଦବୀ ନିର୍ବାଚନ ରେ ଦୈତାରୀ ବେହେରା ଓ ଉପାଧ୍ୟକ୍ଷା ଭାବେ ତେନ୍ତୁଳିଆପାଲ୍ଲୀ ସମିତି ସଭ୍ୟା ଭାରତୀ ମହାରଣା ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିଲେ l ତେବେ ଦୀର୍ଘ ୨୫ ଦିନ ଅତିବାହିତ ହେବା ପରେ ଶ୍ରୀ ବେହେରା ଓ ଶ୍ରୀମତୀ ମହାରଣା ବୁଧବାର ଦିନ ୧୨ .୩୦ ସମୟରେ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ରେ ଦାୟିତ୍ୱ ଗ୍ରହଣ କରିଥିଲେ l ଏହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ରେ ସମସ୍ତ ସରପଂଚ ,ସମିତି ସଭ୍ୟ ,ଓ ବିଜେଡି ସଭାପତି ଗଙ୍ଗାଧର
ଖୁଣ୍ଟିଆ ,ସମାଜସେବୀ ରତ୍ନାକର ସାହୁ ,ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର ଅଧକ୍ଷ ଇଂ .ନିରଞ୍ଜନ ବେହେରା ,ନଗର ବିଜେଡି ସଭାପତି ନରେନ୍ଦ୍ର ପ|ତ୍ର ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜ|ଲ୍ଲି ଙ୍କ ବହୁ ଶୁଭେଛୁ ,କର୍ମୀ ଓ ଛାମୁଆ ନେତା ମାନେ ଯୋଗ ଦେଇ ପୁଷ୍ପ ଗୁଚ୍ଛ ଓ ମିଠା ବାଣ୍ଟି ଖୁସି ମନ|ଇଥିବା ଦେଖିବାକୁ ମିଳିଛି l ଦାୟିତ୍ୱ ନେବା ପରେ ସମିତି ଅଧକ୍ଷ ଶ୍ରୀ ବେହେରା ଙ୍କ ସହ ଆଲୋଚନା ସମୟରେ ରେ ଖଲ୍ଲିକୋଟ ବ୍ଲକ ବାସୀ ଙ୍କୁ ଦୁର୍ନୀତି ମୁକ୍ତ ପ୍ରଶାସନ ଯୋଗାଇବା ସହ ଜଳସେଚନ ଓ କୃଷି ଓ କୃଷକ ମାନଙ୍କ ସମସ୍ୟା କୁ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ଦେଇଥିଲେ l

ad-week
Leave A Reply

Your email address will not be published.