ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ XE

add-all

ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ XE। ଦେଶରେ ମୁମ୍ବାଇରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ଏହି XE ଭାରିଏଣ୍ଟ ବେଶ୍‌ ଭୟଙ୍କର। ପ୍ରଥମେ ଏହା ବ୍ରିଟେନ୍‌ରେ ଚିହ୍ନଟ ହୋଇଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଯେତେ ଭାରିଏଣ୍ଟ ଚିହ୍ନଟ ହୋଇଛି ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଅନ୍ୟ ଭାରିଏଣ୍ଟ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ ସଂକ୍ରାମକ। ଏକ୍ସଇ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ BA1 ଓ BA2ର ରୂପାନ୍ତିରିତ ରୂପ।
ମୁମ୍ବାଇରେ ନୂଆ XE ଭାରିଏଣ୍ଟ ଚିହ୍ନଟ ହେବା ନେଇ ନୂଆ ସେରରୋ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କେବଳେ ଏକ୍ସଇ ଭାରିଏଣ୍ଟ ନୁହେଁ ଓମିକ୍ରନ୍‌ର କପ୍ପା ଭ୍ୟାରିଏଣ୍ଟର ବି ଗୋଟିଏ ମାମଲା ଏଠାରେ ଚିହ୍ନଟ ହୋଇଛି। ସେରୋ ସର୍ଭେ ପାଇଁ ପଠାଯାଇଥିବା ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇ ନାହିଁ କି ଅକ୍ସିଜେନ୍‌ର ସପୋର୍ଟର ଆବଶ୍ୟକତା ପଡ଼ି ନାହିଁ ବୋଲି ରୋପୋର୍ଟରୁ ଜଣାପଡିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, କରୋନାର ଏହି ନୂଆ ଭାରିଏଣ୍ଟ ଏକ୍ସଇ ଓମିକ୍ରନ୍‌ର ସବୁ ଭାରିଏଣ୍ଟ BA.2 ତୁନାରୁ ୧୦ ପ୍ରତିଶତ ଅଧିକ ସଂକ୍ରାମକ। ପ୍ରଥମିକ ସ୍ତରରେ ୧୦% ଅଧିକ ବୋଲି ଜଣାପଡିଛି। ତେବ ଆଗକୁ ଏହା ଆହୁରି ମାରାତ୍ମକ ହୋଇପାରେ ବୋଲି ହୁ’ କହିଛି।
ଜାନୁଆରୀ ୧୯ ତାରିଖରେ ପ୍ରଥମେ ବ୍ରିଟେନ୍‌ ଏହି ଏକ୍ସଇ ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ସେବେଠାରୁ ଏଠାରେ ବର୍ତ୍ତମାନ ଯାଏଁ ଏଠାରେ ୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇସାରିଲାଣି। ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିରା ମୁଖ୍ୟ ଚିକିତ୍ସଙ୍କ କହିବା ମୁତାବକ, ଏଯାଏଁ ଏହାର ସଂକ୍ରାମକତା, ଗମ୍ଭୀରତା ତଥା କରୋନା ଟିକା ଏହା ଉପରେ କେତେ ପ୍ରଭାବଶାଳୀ ସେ ନେଇ କୌଣସ ନିଷ୍କର୍ସ ବାହାରି ନାହିଁ।

ad-week
Leave A Reply

Your email address will not be published.