XE ଭ୍ୟାରିଆଣ୍ଟ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ – DMET

add-all

ଭୁବନେଶ୍ୱର ୦୭।୦୪ : କରୋନା ନୂଆ XE ଭ୍ୟାରିଆଣ୍ଟ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ। ଭାରତରେ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ଆନାଲିସିସି ଚାଲିଛି। ଏବେ ଏହା ପ୍ରାଥମିକ ଷ୍ଟେଜରେ ଅଛି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୁଧବାର ଚିହ୍ନଟ ହୋଇଛି XE ଭ୍ୟାରିଆଣ୍ଟ ।

ଯାହାକୁ କେନ୍ଦ୍ର ସରକାର ମଧ୍ୟ ଅସ୍ବୀକାର କରିଛନ୍ତି। ତେଣୁ ଆମେ ମାସ୍କ ପିନ୍ଧିବା ଜରୁରୀ। ଖାସ୍‌ କରି ଗହଳି ଚହଳିରେ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି । କିନ୍ତୁ ଓଡ଼ିଶାରେ ହେବ କି ନହେବ । ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ ଯେ, ଭାରତରେ ପ୍ରଥମ XE ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ଭ୍ୟାରିଆଣ୍ଟ ପରେ ଏବେ ଭାରତରେ ପ୍ରବେଶ କରିଛି କରୋନାର ନୂଆ ମ୍ୟୁଟାଣ୍ଟ XE । ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାର XE ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି । XE ମ୍ୟୁଟାଣ୍ଟ ପ୍ରଥମେ ବ୍ରିଟେନ୍‌ରେ ଚିହ୍ନଟ ହୋଇଥିଲା । ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ପାଖାପାଖି ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.