ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

add-all

ବ୍ରହ୍ମପୁର: ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଶୁକ୍ରବାର ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ପ୍ରଥମେ ଶପଥ ପାଠ କରିଥିଲେ । ପରେ ୪୨ ଜଣ କର୍ପୋରେଟର ଶପଥ ପାଠ କରିଥିଲେ । ପ୍ରକାଶ ଯେ, ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ୱାର୍ଡରୁ ବିଜେଡି ୩୦ଟିରେ ବିଜୟୀ ହୋଇଛି ।

ଏହାସହିତ ବିଜେପି ୭ଟି ଓ୍ୱାର୍ଡରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ୪ଟି ଓ୍ୱାର୍ଡରେ ବିଜୟୀ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା । ସେ ୧୯୯୮ ମସିହାରେ ଗଞ୍ଜାମ ଲ’ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିଛନ୍ତି । ସଂଘମିତ୍ରା ପେସାରେ ଜଣେ ଆଇନଜୀବୀ । ହେଲେ ସମାଜସେବା ପାଇଁ ବେଶ୍‌ ପରିଚିତ। ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି ।

ଶପଥ ଗ୍ରହଣ ସମାରୋହରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବ୍ରହ୍ମପୁର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ମେୟର ସଂଘମିତ୍ରା ଦଳେଇ। ପ୍ରତି ୱାର୍ଡ ପରିଦର୍ଶନ କରି ସମସ୍ୟା, ଅସୁବିଧା ପରଖି ତାହାର ସମାଧାନ କରାଯିବ ବୋଲି କହିଛନ୍ତି ସଂଘମିତ୍ରା ଦଳେଇ।

ad-week
Leave A Reply

Your email address will not be published.