ଜେଲରେ ଆଶାରାମ, ଆଶ୍ରମ ଭିତରୁ ମିଳିଲା ନାବାଳିକାର ମୃତ ଦେହ

add-all

ଲକ୍ଷ୍ନୌ: ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି। ତାଙ୍କ ମୃତଦେହକୁ ଆତ୍ମଘୋଷିତ ଭଗବାନ ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ମିଳିଛି । ଉତ୍ତରପ୍ରଦେଶରେ ଅଶାରାମଙ୍କ ଆଉ ଏକ ଆଶ୍ରମ ପରିସରରୁ ନାବାଳିକାର ମୃତ ଦେହ ଜବତ କରାଯାଇଛି।
ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହି ଘଟଣାରେ ଆଶ୍ରମ ପରିସରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ପୁଲିସ ପଚରାଉଚରା କରୁଛି। ଦୁଷ୍କର୍ମ ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି ଆଶାରାମ ।
ତାଙ୍କୁ ଯୋଧପୁରର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ୧୬ ବର୍ଷୀୟ ନାବାଳିକାକୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ରେ ଯୋଧପୁର ଆଶ୍ରମରେ ସମ୍ପୃକ୍ତ ନାବାଳିକାକୁ ଯୋଧପୁର ଆଶ୍ରମରେ ଯୌନ ନିର୍ଯତନା ଦିଆଯାଇଥିଲା।

ad-week
Leave A Reply

Your email address will not be published.