ରୁଷ ସୀମାନ୍ତ ସୁମୀକୁ ପୁଣି ନିଜ ନିୟନ୍ତ୍ରଣକୁ ନେଲା ୟୁକ୍ରେନ

add-all

କିଭ୍‌: ରୁଷ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ବଡ଼ ସଫଳତା ମିଳିଛି। ୟୁକ୍ରେନ ସେନା ଆଜି ସୁମୀର ଉତ୍ତରପୂର୍ବ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଏହି ଉତ୍ତରପୂର୍ବ ଅଞ୍ଚଳଟି ରୁଷ ସୀମାରେ ରହିଥିଲେ ହେଁ ୟୁକ୍ରେନ ସେନାକୁ ଏହାକୁ ଦଖଲ କରିବାରେ ସକ୍ଷମ ହୋଇଥିବା ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି।
ସୁମୀ ରିଜନର ଗଭର୍ଣ୍ଣର ଦିମତ୍ରୋ ଜାୟଭୟଟସ୍କ କହିଛନ୍ତି, “ବର୍ତ୍ତମାନ ଉକ୍ତ ଅଞ୍ଚଳ ରାକ୍ଷସ ମାନଙ୍କ କବଳରୁ ମୁକ୍ତ ହୋଇଛି। ତଥାପି ଏହି ଅଞ୍ଚଳ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ। ଏବେ ବି ଏଠାରେ ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ସତର୍କ ରହିବାକୁ ପଡ଼ିବ। ତେଣୁ ଏଠାକୁ ଫେରିବାକୁ ଚାହୁଁଥିବା ଲୋକମାନେ ଏହାକୁ ମୁଣ୍ଡରେ ରଖିଥାଆନ୍ତୁ।”
ୟୁକ୍ରେନ ଉକ୍ତ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିଲେ ମଧ୍ୟ ରୁଷ ଏଠାରେ ବିଭିନ୍ନ ପ୍ରକାରର ବିସ୍ଫୋରକ ଖଞ୍ଜିଛି। ଏହି ବିସ୍ଫୋରକ ଗୁଡ଼ିକୁ ସେନା ଓ ବୋମା ନିଷ୍କ୍ରିୟ ଟିମ୍‌ ପର୍ଯ୍ୟାୟକ୍ରମେ ଠାବ କରୁଛନ୍ତି। ତେଣୁ ପୂରା ଅଞ୍ଚଳକୁ ସୁରକ୍ଷିତ ଘୋଷଣା ପାଇଁ ଆଉ କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।
କେହି ରାସ୍ତା କଡ଼ରେ ଡ୍ରାଇଭ କରନ୍ତୁ ନାହିଁ କିମ୍ବା ଜଙ୍ଗଲ ରାସ୍ତାର ବ୍ୟବହାର କରନ୍ତୁ ନାହିଁ। କେହି ବି ଧ୍ୱଂସ ପାଇ ଯାଇଥିବା ସାମଗ୍ରୀ ନିକଟକୁ ଯାଆନ୍ତୁ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ କହିଛି।
ନିକଟରେ ରୁଷ ସେନା ଉତ୍ତର ପ୍ରାନ୍ତରେ ଥିବା ବିଭିନ୍ନ ଅଞ୍ଚଳ ଓ ରାଜଧାନୀ କିଭ୍‌ର ଆଖପାଖ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲା। ତେବେ ଏହାପୂର୍ବରୁ ରୁଷ ସେନା ଡୋନେସ୍କ ଓ ଲୁହାଂସ୍କ ଦଖଲ କରିଥିବା ଦାବି କରିଥିଲା। ଏହି ଦୁଇ ଅଞ୍ଚଳ ସୁମୀର ଦକ୍ଷିଣ ପ୍ରାନ୍ତରେ ରହିଛି।
୨୦୧୪ରୁ ୟୁକ୍ରେନର ପୂର୍ବପ୍ରାନ୍ତର କିଛି ଅଞ୍ଚଳ ରୁଷ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀଙ୍କ କବଜାରେ ରହିଆସିଛି। ତେବେ ଏହି ଅଞ୍ଚଳରେ ୟୁକ୍ରେନ ସେନା ଓ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ସେବେଠାରୁ ଲଢ଼େଇ ଜାରି ରହିଥିଲା। ଏବେ ରୁଷର ଯୁଦ୍ଧ ଘୋଷଣା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା।

ad-week
Leave A Reply

Your email address will not be published.