ଛାତ୍ରୀଛାତ୍ରୀଙ୍କୁ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବେ ଯୋଗୀ

add-all

ଲକ୍ଷ୍ନୌ: ଶପଥ ଗ୍ରହଣ ପରେ ଆକ୍ସନ ମୋଡରେ ଯୋଗୀ ଆଦିତ୍ୟନାଥ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରିବା‌ ଆରମ୍ଭ କରିଛନ୍ତି ୟୁପି ମୁୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅପରାଧୀମାନଙ୍କୁ ବୁ‌ଲଡୋଜର ଭୟ ଦେଖାଇବା ସହ ଏବେ ରାଜ୍ୟର ଛାତ୍ରୀଛାତ୍ରୀଙ୍କୁ ବୈଷୟିକଭାବେ ସମର୍ଥ କରିବାର ଅଭିଯାନ ଆରମ୍ଭ କରିଛନ୍ତି ଯୋଗୀ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୁଦାୟ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ୧୦୦ ଦିନିଆ କାର୍ଯ୍ୟ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଥିବା ଜଣାପଡ଼ିଛି।
କୋଭିଡ୍ -୧୯ ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟାଳୟ ଓ କଲେଜ ଯାଇ ନଥିବାରୁ ଯୁବପିଢ଼ିମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା। ଏଥିପାଇଁ ସରକାର ଅନଲାଇନ ପାଠପଢ଼ା ଆରମ୍ଭ କରିଥିଲେ। ହେଲେ କିଛି ପିଲା ବୈଷୟିକଭାବେ ସମର୍ଥ ନଥିବାରୁ ସେମାନେ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ। ଏହି ସମସ୍ୟା ସାମ୍ନାକୁ ଆସିବା ପରେ ବିଜେପି ନିଜର ସଂକଳ୍ପ ପତ୍ରରେ ୨କୋଟି ଯୁବକ-ଯୁବତୀଙ୍କୁ ବୈଷୟିକଭାବେ ସମର୍ଥ କରିବା ପାଇଁ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ଦେବାର ପ୍ରତିଶ୍ରୁତି ଦେଇଥିଲା। ଏବେ ବିଜୟ ହାସଲ ପରେ ଯୋଗୀ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ଏନେଇ ପ୍ରତି ଜିଲ୍ଲାରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଛିବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି।

ad-week
Leave A Reply

Your email address will not be published.