ଖ୍ରୀଷ୍ଟିୟ ଧର୍ମାଲମ୍ବିଙ୍କ ବିଜୟ ପର୍ବ ପାଳନ

add-all

ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟିୟ ଧର୍ମାଲମ୍ବି ମାନେ ବିଜୟ ପର୍ବ ପାଳନ କରିଛନ୍ତି । ଏହି ବିଜୟ ପର୍ବରେ ତାଳପତ୍ର ତଥା ଖଜୁରି ବାହୁଙ୍ଗା ଧରି ଶୋଭାଯାତ୍ରାରେ ବାହାରି ଚର୍ଚ୍ଚରେ ସମବେତ ହୋଇଥିଲେ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ ପୂର୍ବରୁ ଏହି ପର୍ବକୁ ବିଜୟ ପର୍ବ ଭାବେ ସମସ୍ତ ଖ୍ରୀଷ୍ଟିୟ ଧର୍ମାଲମ୍ବି ମାନେ ପାଳନ କରନ୍ତି। ଏହି ପର୍ବ ପାଳନ ପରେ ଆସନ୍ତା ଶୁକ୍ରବାର ଦିନ ଯୀଶୁଖ୍ରୀଷ୍ଟଙ୍କ ପୁନଃରୁଥାନ ପର୍ବ ରହିଛି। ବିଜୟ ଦିବସ ଅବସରରେ ସମସ୍ତ ଚର୍ଚ୍ଚରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ପ୍ରାର୍ଥନ କରିଥିଲେ । ଏଥି ନିମନ୍ତେ ଶ୍ରଦ୍ଧାଳୁ ମାନେ ୪୦ ଦିନ ଧରି ପ୍ରାର୍ଥନା ଓ ଉପବାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଷ ଯନ୍ତ୍ରଣା କୁ ସ୍ମରଣ କରିଥାନ୍ତି । ନିଜ ନିଜ ର ପାପକୁ ମନେ ପକାଇ ପବିତ୍ର ଜୀବନ ଯାପନ କରିବା ସହ ପୁନଃରୁଥାନ ପର୍ବ ପାଳନ ପାଇଁ ଆତ୍ମିକ ପ୍ରସ୍ତୁତି କରିଥାନ୍ତି। ସିମନବାଡ଼ି, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ଦାରିଙ୍ଗବାଡି, ଗଦାପୁର, ସରାମୁଳି ସିକର ମାହା ଭଳି ବ୍ଲକ ଅଞ୍ଚଳର ବହୁ ଚର୍ଚ୍ଚ ରେ ଏହି ପର୍ବ ପାଳନ ହୋଇଛି।

ad-week
Leave A Reply

Your email address will not be published.