ଏସଟିଏଫ ଓ ବନ ବିଭାଗର ମିଳିତ ଚଢ଼ାଉ, ବାଘଛାଲ ଜବତ,ଜଣେ ଗିରଫ

add-all

ଦାରିଙ୍ଗବାଡ଼ି (୧୦/୪) : ଓଡିଶାରେ ଦିନକୁ ଦିନ ବାଘ ଛାଲ ବେପାର ବୃଦ୍ଧି ପାଉଥିବା ବେଳେ ଏହା ଏବେ ଦାରିଙ୍ଗବାଡ଼ି ବନାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଥାନା ୫୯ ଜାତୀୟ ରାଜପଥ ଡବେରି ଗ୍ରାମ ନିକଟରେ ଏସଟିଏଫ ଓ ବନବିଭାଗର ମିଳିତ ଟିମର ଚଢ଼ାଉରେ ବାଘଛାଲ ବେପାରୀକୁ ଗିରଫ କରିବା ସହ ବାଘ ଛାଲ ଜବତ କରାଯାଇଛି । ଗିରଫ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ବିପିନ ନାୟକ(୪୦) । ଶନିବାର ଦିନ ରାତି ପ୍ରାୟ ସାଢ଼େ ୧୧ ଘଣ୍ଟିକା ସମୟରେ ଡବେରୀ ନିକଟରେ ବାଘ ଛାଲ ଧରି ବିକ୍ରି କରିବା ପାଇଁ ବିପିନ ନାୟକ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ବନ ବିଭାଗ କୌଣସି ଏକ ସୂତ୍ରରୁ ଖବର ପାଇ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ବେପାରୀ ଭାବେ ପଠେଇଥିଲେ। ଯୋଜନା ମୁତାବକ ଏସଟିଏଫ ଓ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରି ବିପିନ ନାୟକଙ୍କ ଠାରୁ ବାଘ ଛାଲ ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ। ଏନେଇ ବନବିଭାଗ ମାମଲା ନଂ ୧/୨୨-୨୩ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରି ଅଧିକାରୀ ଏସିଏଫ ଡାକ୍ତର ରୁଦ୍ର ପ୍ରସାଦ ରଥ ସୂଚନା ଦେଇଛନ୍ତି। ବାଘ ଛାଲଟି ସାଢ଼େ ୭ ଫୁଟ ଲମ୍ବ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉରେ ଏସଟିଏଫ ଟିମସହ ଏସିଏଫ ଡାକ୍ତର ରୁଦ୍ର ପ୍ରସାଦ ରଥ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ବନପାଳ ପ୍ରସନ୍ନ ପାତ୍ରଙ୍କ ସମେତ ବନରକ୍ଷୀ ବିଜୟାନନ୍ଦ ସେଠି ଓ ପାରାଗାର୍ଡ ପ୍ରମୁଖ ସାମିଲ ଥିଲେ ।

ad-week
Leave A Reply

Your email address will not be published.