ଚିକିଟି ର ବିଭିନ୍ନ ସ୍ଥାନରେ ପବିତ୍ର ଶ୍ରୀରାମନବମୀ ପାଳିତ

add-all

ଚିକିଟି : ପବିତ୍ର ଚୈତ୍ର ଶୁକ୍ଳ ନବମୀ ଯାହା ଶ୍ରୀରାମ ନବମୀ ନାମରେ ସୁ ପ୍ରସିଦ୍ଧ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯିଏ ସ୍ୱୟଂ ପରଂବ୍ରହ୍ମ ପରମେଶ୍ୱର ଙ୍କ ର ସପ୍ତମ ଅବତାର। ରାଜା ଦଶରଥ ଓ ରାଣୀ କୌଶଳ୍ୟା ଙ୍କ ଔରସରୁ ଚୈତ୍ର ଶୁକ୍ଳ ନବମୀ ଭଳି ପବିତ୍ର ଦିନ ଓ ତିଥିରେ ଆବିର୍ଭାବ ହୋଇଥିଲେ ଏହି ଧରା ଧାମରେ। ଅତ୍ୟାଚାରୀ ରାବଣ କୁ ବଦ୍ଧ କରିବା ସହିତ ରାକ୍ଷସ ମାନଙ୍କ ଅତ୍ୟାଚାର ରୁ ଏହି ସୃଷ୍ଟିକୁ ରକ୍ଷା କରିବା ନିମିତ୍ତ ପ୍ରଭୁଙ୍କ ର ଆବିର୍ଭାବ ହୋଇଥିଲା ଏହି ଧରା ଧାମରେ। ସେଥିପାଇଁ ଏହି ଦିବସ ଟିକୁ ଚୈତ୍ର ଶୁକ୍ଳ ନବମୀ ବା ଶ୍ରୀରାମ ନବମୀ ଭାବେ ପାଳନ କରାଯାଏ।ଏହି ଅବସରରେ ଆଜି ଚିକିଟି ର ବିଭିନ୍ନ ସ୍ଥାନ ଯଥା ବକ୍ସିବଜାର ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଗଡ଼ ସ୍ଥିତ ଭଗବତ ଦାସ ସ୍ଥିତ ମଠ ରେ ପ୍ରଭୁ ଶ୍ରୀରାମଙ୍କୁ ନୀତିକାନ୍ତି ଅନୁଯାଇ ସଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଅଛି।ଚିକିଟି ରଘୁନାଥ ମନ୍ଦିରରେ ଏହି ଶ୍ରୀରାମ ନବମୀ ଯାତ୍ରା ଆଗାମୀ ୬ଦିନ ଧରି ଚାଲିବ।ରାଜ୍ୟରେ କୋରନା ପ୍ରକୋପ ଯୋଗୁଁ ଗତ ଦୁଇ ବର୍ଷ ହେଲା ଗ୍ରାମ ପରିକ୍ରମା ବନ୍ଦ ରହିଥିଲା।କେବଳ ବିଧି ରକ୍ଷା ପାଇଁ ସୀମିତ କର୍ମକର୍ତ୍ତା ଙ୍କୁ ନେଇ ପୂଜାର୍ଚ୍ଚନା ହେଉଥିଲା।ଫଳରେ ଶ୍ରଦ୍ଧାଳୁ ଓ ଦର୍ଶକ ନିରାଶ ଥିଲେ।ଚଳିତବର୍ଷ କଟକଣା ହଟିବା ପରେ ପ୍ରଭୁ ପୁଣି ରଥା ରୂଢ଼ ହୋଇ ଗ୍ରାମ ପରିକ୍ରମା କରିବା ବାଟ ଫିଟିଛି।ଜାହାକୁ ନେଇ ଭକ୍ତ, ଶ୍ରଦ୍ଧାଳୁ ଓ ଆୟଜକ ଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।ଅନ୍ୟ ପକ୍ଷରେ ଆଜି ଭଳି ଏହି ପବିତ୍ର ଦିନରେ ରଘୁନାଥ ମନ୍ଦିର ପରିସରରେ ନବନିର୍ମିତ ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟାଳୟ କୁ ମନ୍ଦିର ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ଧର୍ମା ସାହୁ ଓ ଯୁବ ନେତା ରଘୁନନ୍ଦନ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ କମିଟିର ଉପଦେଷ୍ଟା ଅଭିମନ୍ୟୁ ସାହୁ ନଡ଼ିଆ ଭାଙ୍ଗି ଗୃହ ପ୍ରେବେଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ତ୍ରିପତି ସାହୁ, ସନ୍ତୋଷ ସାହୁ, ଗୋବିନ୍ଦ ସାହୁ, ଅକ୍ଷୟ ସାହୁ, ଭଗବାନ ସାହୁ, ଶୁକାନ୍ତ ସାହୁ, ସୀମାଞ୍ଚଳ ସାହୁ ଙ୍କ ସମେତ ସମସ୍ତ କମିଟି ବୃନ୍ଦ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.