ଆର.ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ, ଲଳିତ ଦାସ ହେଲେ ଗୃହ ବିଭାଗର ଓଏସଡି

add-all

ଭୁବନେଶ୍ବର: ରାଜ୍ୟ ସରକାର ସୋମବାର ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏଡିଜି ଏସଏପି ସହ କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ସମ୍ଭାଳିବେ।

କୋଚେ ହେଉଛନ୍ତି ୧୯୯୩ ବ୍ୟାଚର ଆଇପିଏସ ଅଫିସର। ଏହା ପୂର୍ବରୁ କୋଚେ ତିନି ବର୍ଷ ଧରି କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ସେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ଦାୟିତ୍ଵରେ ରହିଥିଲେ। ଏପରିକି ନବକଳେବର ସମୟରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳିଥିଲେ। କେବଳ ଏତିକି ନୁହେଁ ୨୦୧୫ରେ ସାରଥୀ ବାବାଙ୍କ ଗିରଫ ପରେ ଉପୁଜିଥିବା ହିଂସାକୁ ସଫଳତାର ସହ ନିୟନ୍ତ୍ରଣ କରିଥିଲେ ଆରପି କୋଚେ।

ad-week
Leave A Reply

Your email address will not be published.