କିଭ୍‌ର ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର

add-all

କିଭ୍: ଋଷ ୟୁକ୍ରେନ୍ ଯୁଦ୍ଧରେ କିଭ୍‌ର ଏକ ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର ହେବା ପରେ ଆହୁରି ଆକ୍ରମଣାତ୍ମକ ହୋଉଛି ୟୁକ୍ରେନ୍। ଜୀବନ ଯିବ ପଛେ ସମ୍ମାନ ଛାଡ଼ିବେ ନାହିଁ ଜେଲେନ୍‌ସ୍କି। ଏଥିପାଇଁ ଯୁଦ୍ଧ ଆହୁରି ଚତୁରତାର ସହ ଆହୁରୀ ତୀବ୍ର କରିବାକୁ ୟୁକ୍ରେନ୍ ଯୋଜନା କରୁଛି। ଏପଟେ ଋଷ ମଧ୍ୟ ବଡ଼ ଆକ୍ରମଣର ଯୋଜନା କରୁଛି ବୋଲି ୟୁକ୍ରେନ୍ ଚେତାବନୀ ଦେଇଛି।

ଦେଶର ବିଭିନ୍ନ ସ୍ଥାନରେ ବୋମା ବର୍ଷାଇବା କାରଣରୁ ଶହ ଶହ ନାଗରକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାତ ବାନ୍ଧି ନିର୍ଜାତନା ଦେଇ ହତ୍ୟା କରାଯାଇଛି ବୋଲି ୟୁକ୍ରେନ୍ କହିଛି।

ଏପଟେ ଜାତିସଂଘର ସୂଚନା ଅନୁସାରେ, ଖାରକିଭ, ଆଇଜି୍ୟୁମ୍ ଏବଂ ମାରିଉପୋଲରେ ନିୟମିତ ଗୁଳି ବର୍ଷଣ ଜାରି ରହିଛି। ଏଥିରେ ମୋଟ ୪,୨୩୨ ଜଣ ସାଧାରଣ ନାଗିରଙ୍କର ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୧୭୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪୩୯ ଜଣ ଆହତ ହୋଇଛନ୍ତି। ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସସ୍କି କହିଛନ୍ତି।

କାରଣ ଋଷିଆ ଆହୁରି ତୀବ୍ର ଆକ୍ରମଣ କରିବ। କ୍ରେମଲିନ ସେନାର ଧ୍ୟାନ ବର୍ତ୍ତମାନ ପୂର୍ବ ୟୁକ୍ରେନ୍ ଆଡ଼େ ରହିଛି। ପୁଟିନ ଜଣେ ନୂଆ ୱାର କମାଣ୍ଡର ନିଯୁକ୍ତି ଦେଇଛନ୍ତି। ଯାହାର ନୃଶଂସ ନରସଂହରର ରେକର୍ଡ ରହିଛି ବୋଲି ଜେଲେନସ୍କି କହିଛନ୍ତି।

ଏପଟେ ଆକ୍ରମଣରେ ସୈନିକ ମୃତ୍ୟୁ ହୋଇଥିବାରୁ ଏହାର ଅଭାବ ପୂରଣ କରିବା ପାଇ ପୂର୍ବତନ ସୈନିକମାନଙ୍କୁ ପୁଣିଥରେ ଚାକିରିରେ ଯୋଗ ଦେବାକୁ ଡକାଯାଇଛି। ୨୦୧୨ରୁ ଯେଉଁମାନଙ୍କୁ ଅବସର ଦିଆଯାଇଥିଲା ସେମାନେ ପୁଣିଥରେ ଚାକିରେ ଯୋଗ ଦେବାକୁ କହିଛନ୍ତି ୟୁକ୍ରେନ୍ ସରକାର। ଏନେଇ ରବିବାର ୟୁକ୍ରେନ୍ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ୟୁକ୍ରେନର ଦକ୍ଷିଣରେ ଥିବା ବନ୍ଦର ମାରିଉପୋଲକୁ ଦଖଲ କରିବା ପାଇଁ ଋଷ ଫସଫରସ ବୋମା ବ୍ୟବହାର କରିପାରେ ବୋଲି ୟୁକ୍ରେନ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ୬ ସପ୍ତାହ ହେଲାଣି ମାରିଉପୋଲରେ ଆକ୍ରମଣ ଜାରି ରହିଛି। ଏହାକୁ ତୁରନ୍ତ ଦଖଲ କରିବା ପାଇଁ ଋଷ ମାରାତ୍ମକ ଫସଫରସ ବୋମାର ବ୍ୟବହାର କରିବ। ଏହି ବୋମା ନିଆଁ ଉତ୍‌ପ୍ରେରକ ହୋଇଥିବାରୁ ମଣିଷର ମାଂସକୁ ସହଜରେ ଜାଳିପକାଇବ ବୋଲି ୟୁକ୍ରେନ୍ ସରକାର ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.