ଦଶ ହଜାର ଲାଞ୍ଚ ନେଉଥିବା ବେଳେ ସେକ୍ସନ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

add-all

ଭଦ୍ରକ : ମୃତ ଅଧ୍ୟାପକଙ୍କର ପେନ୍‌ସନ୍‌ କରାଇ ଦେବା ପାଇଁ ଜଣେ ସେକ୍ସନ ଅଫିସର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ନିକଟସ୍ଥ ସାଆଁଳପୁର ଆଇଜିଏମ୍‌ କଲେଜର ସେକ୍ସନ ଅଫିସର୍ ପ୍ରଭାତ ନାୟକଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ।

ମିଳିଥିବା ସୂଚନାଅନୁସାରେ ଆଇ ଜି ଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟ ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୂଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ ।ପୀୟୂଷ ପୃଷ୍ଟି ଏନେଇ ଭଦ୍ରକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଶେଷରେ ଆଜି ଆରଡ଼ି ଛକ ନିକଟରେ ଯୋଜନା ମୁତାବକ ପୀୟୂଷ ପୃଷ୍ଟି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କୁ ଧରି ଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା।ସେଠାରୁ ତାଙ୍କୁ ଗିରଫ କରି ଭଦ୍ରକ ଭିଜିଲାନ୍ସ ଅଫିସକୁ ନେଇ ଅଧିକ ପଚରାଉଚରା କରୁଛି।

ad-week
Leave A Reply

Your email address will not be published.