ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ପଞ୍ଚମବେଦ ସମ୍ମାନ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମର୍ଯ୍ୟାଦା ଜନକ ପଞ୍ଚମ ବେଦ (ନାଟ୍ୟକାର) ସମ୍ମାନ – ୨୦୨୨ ରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଶତାବ୍ଦୀ କଳାକାରର ବିଜୁ ନାଟ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ପଞ୍ଚମ ବେଦର ଅଷ୍ଟାଦଶ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଅବସରରେ ରାଜ୍ୟ ପର୍ଯ୍ୟଟନ, ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମର୍ଯ୍ୟାଦା ଜନକ ପଞ୍ଚମ ବେଦ (ନାଟ୍ୟକାର) ସମ୍ମାନ – ୨୦୨୨ରେ ସମ୍ବର୍ଦ୍ଧିତ କରିଛନ୍ତି । ଉତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ, ଶତାବ୍ଦୀ କଳାକାରର ସଭାପତି ତଥା ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ର ନାଥ ମଲ୍ଲିକ ,ପଞ୍ଚମ ବେଦ ତଥା ଓଡ଼ିଶା ନାଟ୍ୟ ସଂଘ ସଭାପତି ହରେନ ସାହୁ, ସମ୍ପାଦକ ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ.। ଗଞ୍ଜାମ ଜିଲ୍ଲାର ସୁନାଥର ନିବାସୀ ନାଟ୍ୟକାର ନାହାକ ଅଭିଶପ୍ତ ନାୟିକା, ମୃଗତୃଷ୍ଣା, ଉଆଁସୀ ତାରା, ସଂଜୀବନୀ, ଶେଷ ଆଶା, ସୁନା କନିଆଁ , ଧର୍ମ ପୁତ୍ର ସମେତ ୫୦ ରୁ ଉର୍ଦ୍ଧ୍ୱ ସଫଳ ନାଟକ ରଚନା କରିବା ସହ ନାଟ୍ୟ ପତ୍ରିକା ‘ ରଙ୍ଗମଞ୍ଚ’ ର ସମ୍ପାଦନା କରୁଛନ୍ତି। ତାଙ୍କ ସଂକଳିତ ‘ରାମ ନାଟକ’ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଦ୍ଵାରା୨୦୧୮ ମସିହାରେ ପ୍ରକାଶିତ ।

ad-week
Leave A Reply

Your email address will not be published.