ନନ୍ଦନକାନନରେ ପୁଣି ଏକ ବାଘ ଶାବକର ମୃତ୍ୟୁ

add-all

ବାରଙ୍ଗ: ରାଜଧାନୀ ଭୁୁବନେଶ୍ବର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସାଧାରଣ ନାଲି ରଙ୍ଗର ବାଘୁଣୀ ରୁପାର ଏକ ମାଈ ଶାବକର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଶାବକଟି ଏକ ମାସର ସାଧାରଣ ନାଲି ରଙ୍ଗର ଥିଲା । ଗତ ମାର୍ଚ୍ଚ ମାସ ୧୧ ତାରିଖରେ ‘ରୁପା’ ଓ ସାଧାରଣ ରଙ୍ଗର ମହାବଳ ବାଘ ‘ରାଜେଶ’ ମିଳନରୁ ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା।

ମା’ର ଯତ୍ନ ଅଭାବରୁ ପ୍ରଥମେ ଗୋଟିଏ ଶାବକ କର ମୃତ୍ୟୁ ହୋଇଥିଲା। ଆଜି ଗୋଟିକର ମୃତ୍ୟୁ ପରେ ଆଉ ଗୋଟିଏ ଧଳା ରଙ୍ଗର ଅଣ୍ଡିରା ଶାବକ ଜୀବିତ ଅଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ ରୁପାର ୩ ଶାବକ ମଧ୍ୟରୁୁ ଗୋଟିଏର ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.