କେନ୍ଦୁଝର ଜିଲ୍ଲାରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

add-all

ଯୋଡ଼ା: ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ସମଗ୍ର କେନ୍ଦୁଝର ଜିଲ୍ଲାରେ ଗତ ୧୧ ତାରିଖ ମଧ୍ୟରାତ୍ରରୁ ବନ୍ଦ ରହିଥିବା ଇଣ୍ଟରନେଟ ସେବା ଆଜି ସ୍ୱାଭାବିକ ହୋଇଛି। ଦୁଇ ଦିନ ଏହି ସେବା ବନ୍ଦ ରଖାଯାଇଥିଲା। ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ଧାରା ୧୪୪ ବଳବତ୍ତର ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.