ରାଜଧାନୀରେ ଏକ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି ।

ତେଣୁ ସମ୍ପୃକ୍ତ ଯୁବକ ଜଣଙ୍କୁ କେହି ହତ୍ୟା ପରେ ଏଠାରେ ଏପରି ଅବସ୍ଥାରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି ଜ୍ଝ ମୃତ ବ୍ୟକ୍ତିଙ୍କର ପରିଚୟ ଏଯାଏଁ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ଅନ୍ୟପଟେ ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା ମଧ୍ୟ କରିଥାଇ ପାରନ୍ତି ତେଣୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.