ଆଜିଠୁ ବାଲେଶ୍ୱରରେ ଏମ୍ସରେ OPD ସେବା ଆରମ୍ଭ

add-all

ବାଲେଶ୍ୱର: ବାଲେଶ୍ୱରରେ ଏମ୍ସ ସାଟେଲାଇଟ୍ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇଛି । ନିଜସ୍ୱ ବିଲ୍ଡିଂରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଏମ୍ସ ସାଟେଲାଇଟ୍ କେନ୍ଦ୍ର । ପ୍ରତିରକ୍ଷା ବିଭାଗ କଲୋନି ବଦଳରେ ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍‌ସର ନୂତନ ବିଲ୍ଡିଂରେ ଏହି ସେବା ଆରମ୍ଭ ହୋଇଛି। ସାଟେଲାଇଟ୍ ଏମ୍ସ ହସ୍ପିଟାଲରେ ଆଜିଠାରୁ ଓପିଡି ସେବା ମଧ୍ୟ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଦୁଇଦିନ(ଶନିବାର ଓ ରବିବାର) ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିବେ। ଏଥର ଏଣ୍ଡୋକ୍ରିନୋଲୋଜି(ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ଓ ସ୍କିନ୍(ଚର୍ମ ରୋଗ) ରୋଗ ସମ୍ବନ୍ଧ‌ରେ ପରାମର୍ଶ ଦିଆଯିବ।

ଏହି କ୍ରମରେ ପ୍ରତି ସପ୍ତାହରେ ବିଭାଗ ଗୁଡ଼ିକ ପରିବର୍ତ୍ତିତ ହେବ। ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁପର-ସ୍ପେସିଆଲିଟି ସେବା ମଧ୍ୟ ପ୍ରତି ମାସେ କିମ୍ବା ଦୁଇ ମାସରେ ଥରେ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ଡାକ୍ତର ଏସ୍‌ ଏନ୍ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ମଧ୍ୟ ସପ୍ତାହକ ମଧ୍ୟରେ ବିଲ୍ଡିଂ ପରିସରରେ ପର୍ଯ୍ୟାୟକ୍ରମେ ଅନୁମୋଦନ ପରେ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.