ଭୁବନେଶ୍ୱର ATM ଲୁଟ୍‌ ଘଟଣା, ୨ ଲୁଟେରା ଗିରଫ

add-all

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଥିଲା। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣା ସହ ସାମଞ୍ଜସ୍ୟ ଥିବା ସନ୍ଦେହ କରାଯାଉଥିଲା। କାରଣ ରାଜସ୍ଥାନରେ ଲୁଟେରାମାନେ ଯେଉଁ ଷ୍ଟାଇଲରେ ATM ଲୁଟ୍‌ କରିଥିଲେ ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ସମାନ ଷ୍ଟାଇଲରେ ହୋଇଥିଲା। ହେଲେ ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା ପଛରେ ବାଂଲାଦେଶ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି।

ମାତ୍ର ୨୦ ମିନିଟ୍‌ରେ ସିସିଟିଭି ସର୍ଭେଲାନ୍ସରେ ଥିବା ଲିଙ୍ଗିପୁର ସ୍ଥିତ ATMକୁ ସମ୍ପୂର୍ଣ୍ଣ ତାଡ଼ି ନେବା ସହ ମେସିନରେ ଥିବା ୨୦ ଲକ୍ଷରୁ ଟଙ୍କା ଲୁଟିିବାରେ ସଫଳ ହୋଇଥିଲେ ଲୁଟେରା। ପ୍ରାୟ ୩ କ୍ୱିଣ୍ଟାଲ ଓଜନର ଏଟିଏମ୍‌ ମେସିନକୁ ସମ୍ପୂର୍ଣ୍ଣ ଉଠାଇ ଆଣିବା ପରେ ତାକୁ ଭାଙ୍ଗିି ଛିନଛତ୍ର କରି ଫିଙ୍ଗି ଦେଇଥିଲେ ଲୁଟେରା ଦଳ। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଏହି ବଡ଼ ଧରଣର ଲୁଟ୍ ହୋଇଥିଲା। ଧଉଳି ଥାନା ଇନ୍ଦିରା କଳୋନୀ ଅଞ୍ଚଳରେ ଥିବା ଏଟିଏମ୍‌ର ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଥିବା ଲୁଟ୍ ସମୟରେ ଦୃଶ୍ୟରୁ ସ୍ପଷ୍ଟ ଯେ, ଏଟିଏମ୍‌ ଭିତରେ ପଶିଥିଲେ ୩ ଲୁଟେରା। ଆଉ ଆଖି ପିଛୁଳାକେ ଆରମ୍ଭ କରିଥିଲେ ଅପରେସନ୍।

ad-week
Leave A Reply

Your email address will not be published.