ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

add-all

ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ଜଣେ ଭକ୍ତଙ୍କର ଜୀବନ ଚାଲିଗଲା। ମହାପ୍ରଭୁଙ୍କ ଦର୍ଶନ ତାଙ୍କ ପାଇଁ ଶେଷ ଦର୍ଶନ ହୋଇଛି। ସେହି ଭକ୍ତ ଜଣଙ୍କ ହେଉଛନ୍ତି ଛତିଶଗଡ ରାଜ୍ୟର ବାସିନ୍ଦା। ତାଙ୍କର ନାମ ୱା.ଜି ମୂର୍ତ୍ତି (୭୨ ବର୍ଷ) ବୋଲି ଜଣାପଡିଛି।

ଖବର ମୁତାବକ, ଛତିଶଗଡରୁ ପୁରୀ ଆସିଥିବା ଏହି ଭକ୍ତଜଣଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.