ନକଲି ଡାକ୍ତର ରମେଶଙ୍କ ଉପରେ ଲେଖା ହେବ ବହି, ଜେଲରେ ପହଞ୍ଚିଲେ ୪ ଲେଖିକା

add-all

ଭୁବନେଶ୍ବର ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଠକାମୀର କାହାଣି ଲେଖକ, ଲେଖିକାଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତି ଏତେ ବଡ ଠକ ହୋଇପାରେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଓଡିଶାର ୪ ଜଣ ଲେଖିକା, ବଦନାମ ରମେଶଙ୍କ କଳା କାହାଣୀକୁ ନେଇ ବହି ଲେଖିବା ପାଇଁ ଇଛା ପ୍ରକାଶ କରିଛନ୍ତି । ଆଜି ୪ ଜଣ ଲେଖିକା ଝାରପଡା ଜେଲରେ ପହଞ୍ଚି, ରମେଶଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିଛନ୍ତି । ମିଛ କହି ଲୁଟ ଉଦ୍ଦେଶ୍ୟରେ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଏହି ଠକ ଏକ ବିରଳ ଠକ ବୋଲି ସେମାନେ ବିବେଚନା କରୁଛନ୍ତି ।

ରମେଶଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଝାରପଡା ଜେଲରେ ପହଞ୍ଚିଥିବା ୪ ଜଣ ଲେଖିକା ହେଉଛନ୍ତି, ସୁଜାତା ନନ୍ଦ, ଗୀତାଞ୍ଜଳି ପଣ୍ଡା, ରେଣୁକା ମିଶ୍ର ଓ ସୁଷମା ଲେଙ୍କା । ଏମାନେ ପୂର୍ବରୁ ଭଲ ଭଲ ବହି ଲେଖି ଓଡିଆ ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି । ସେ ବହିଗୁଡିକ ହେଉଛି ମନ ଗହୀରର ବାସ୍ନା, ଶିଆଳି ଲତାର ଦୋଳି, ଜହ୍ନ ସାଥେ ମନ କଥା, ପଥର ଗାଉଛି ଗୀତ ଓ ଟିକେ ଛାଇ ଟିକେ ଖରା । ଏମିତି ଅନେକ ବହି ଲେଖି ପାଠକୀୟ ଆଦୃତ ଲାଭ କରିଛନ୍ତି । ରମେଶଙ୍କ ଠକ କାହାଣୀ, ତାଙ୍କୁ ଯେତେ ଆଶ୍ଚର୍ଯ୍ୟ କରିଛି, ବହି ଲେଖିବା ପାଇଁ ସେତିକି ଉକ୍ରଣ୍ଠା ସୃଷ୍ଟି ହୋଇଛି ବୋଲି କହିଛନ୍ତି । ରମେଶ ଜଣେ ଡାକ୍ତର ନୁହଁନ୍ତି, କିନ୍ତୁ ନିଜକୁ ଜଣେ ଡାକ୍ତର କହି, ମିଛ ସାର୍ଟିଫିକେଟ ଯୋଗାଡ କରି, ଭାରତର ବିଭିନ୍ନ ସହରରେ ମହିଳାଙ୍କୁ ମିଛ କହି, ସେମାନଙ୍କ ଟଙ୍କା ହଡପ କରିବା ପାଇଁ ଯୋଜନାକରି ସଫଳ ବି ହୋଇଥିଲେ ଏହି ଠକ ଜଣକ । କିନ୍ତୁ ଶେଷରେ ତାଙ୍କର ସବୁ କାରନାମା ଧରାପଡିଯାଇଛି ।

ad-week
Leave A Reply

Your email address will not be published.